ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଧୂଆଁବାଣ: ଜିଲ୍ଲା ବିଜେପି

ସଇଁନ୍ତଳା,ଏନ୍ଏନ୍ଏସ୍: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତରେ ଯାଇଥିଲେ। ନୂଆପଡ଼ା ଜିଲ୍ଲାର ତିଖାଲି ଠାରେ ନିର୍ମିତ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତକୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା, ଟିଟିଲାଗଡ଼, ବଲାଙ୍ଗିର, ସଇଁନ୍ତଳା ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ବିଜେପି କାର୍ଯ୍ୟକର୍ତ୍ତାମାନେ ବିରୋଧ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଧୂଆଁ ବାଣ ବୋଲି କହିଛନ୍ତି। ସେମାନଙ୍କୁ ବଙ୍ଗୋମୁଣ୍ଡା ପୁଲିସ କାବୁ କରିଛି।

ଗତକାଲିଠାରୁ କଣ୍ଟାବାଞ୍ଜି ଅଞ୍ଚଳରେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ସମେତ ୫ ଜଣ ବିଜେପି ନେତାଙ୍କୁ ପୁଲିସ ଅଟକ ରଖିଛି। ଆଜି ବଲାଙ୍ଗିର ସଙ୍ଗୀତା ସିଂଦେଓଙ୍କ ସଇଁନ୍ତଳା ବ୍ଳକ୍ ପ୍ରତିନିଧି ଅକ୍ଷୟ ରଣା, ଟିଟିଲାଗଡ଼ ବିଜେପି ବ୍ଲକ୍ ପ୍ରତିନିଧି ମୁକେଶ ଜୈନ, ଅମିତ ସିଂନିନା ସମେତ ୩୦ରୁ ଊର୍ଦ୍ଧ୍ୱ ବିଜେପି କର୍ମୀଙ୍କୁ ପୁଲିସ ଅଟକ ରଖିଛି।c