ଜାରପା କ୍ଲଷ୍ଟରସ୍ତରୀୟ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା

ଚନ୍ଦ୍ରପୁର,ଏନ୍‌ଏନ୍‌ଏସ୍‌: ଆଦିବାସୀ ଅଧୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଜାରପା କ୍ଲଷ୍ଟରରେ ୨ ଦିନ ଧରି ନେହେରୁପଙ୍ଗା ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଆମ ସଂସ୍କୃତି ଆମ ଖେଳନା ଅନ୍ତର୍ଭୁକ୍ତ ଖେଳନା ପ୍ରସ୍ତୁତି କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ବ୍ଲକର ଶିକ୍ଷାଧିକାରୀ ଗଣେଶ ଶବର ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ରାମ ଚନ୍ଦ୍ର ପାଢ଼ୀ, ବିଜୟ କୁମାର ପିପଳି, ପ୍ରମୋଦ କୁମାର ବଳିଆର ସି,ନର୍ମଦା ରାଉତ, ଜଗଦୀଶ ଦଣ୍ଡସେନା, ମୋହନ ପର୍ଟିଙ୍ଗା ଓ ଶ୍ରୀପତି ହାଡ଼ଭଙ୍ଗା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଖେଳନା ପ୍ରସ୍ତୁତି କର୍ମଶାଳାରେ ସକ୍ରିୟ ଅଂଶଗ୍ରହଣ କରି ଆମ ସଂସ୍କୃତିର ବିଭିନ୍ନ ଖେଳନା ପ୍ରସ୍ତୁତି କରିଥିଲେ । ନେହେରୁପଙ୍ଗା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜୁ ପାଲ, କିରାମା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ବେହେରା ଓ ଟୁରିଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଜ୍ଞାନ କୁମାର ସ୍ୱାଇଁ ଉପସ୍ଥିତ ରହି କର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।