Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନିଲମ୍ବିତ ହେଲେ ବିଇଓ କାର୍ଯ୍ୟାଳୟର କେଳେଙ୍କାରୀ କିରାଣି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନିଲମ୍ବିତ ହେଲେ ବିଇଓ କାର୍ଯ୍ୟାଳୟର କେଳେଙ୍କାରୀ କିରାଣି

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗୀର ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା କୋଟିକୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଥିବା କିରାଣି ପ୍ରମୋଦ ରଥଙ୍କୁ ଶେଷରେ ନିଲମ୍ବିତ କରାଯାଇଛି। ଚଞ୍ଚକତା କରି ସରକାରୀ ତହବିଲରୁ କୋଟିକୋଟି ଟଙ୍କା ଶ୍ରୀ ରଥ ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଭିଜିଲାନ୍ସ ତଦନ୍ତ ହୋଇଥିଲା। ତେବେ ବିଭାଗ ତରଫରୁ ମଧ୍ୟ ତଦନ୍ତ ଚାଲିଥିଲା। ବିଭାଗୀୟ ତଦନ୍ତ ଆଧାରରେ ଶ୍ରୀ ରଥଙ୍କ ବିରୋଧରେ ଦୁର୍ନୀତି ଜନିତ ପ୍ରମାଣ ରହିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଶ୍ରୀ ରଥଙ୍କ ବାପା ଶିକ୍ଷା ବିଭାଗରେ କାମ କରୁଥିଲେ। ସେ ସ୍ୱେଚ୍ଛାକୃତ ଅବସର ନେବାପରେ ଶ୍ରୀ ରଥ ତାଙ୍କ ଚାକିରି ପାଇଥିଲେ। ଶ୍ରୀ ରଥଙ୍କ ବାପା ଅବସର ନେବା ପରେ ସରକାରୀ ପେନସନ ପାଉଥିଲେ। କିନ୍ତୁ ଶ୍ରୀ ରଥ ୨୦୧୩ରେତାଙ୍କ ବାପାଙ୍କୁ ଆଉଥରେ ଅବସର ନେଇଥିବା ନେଇ ଜାଲ କାଗଜ ପତ୍ର ପ୍ରସ୍ତୁତ କରି ଆଉ ଏକ ପେନସନ ବ୍ୟବସ୍ଥା କରିଥିଲେ। ଅବସରକାଳୀନ ସମସ୍ତ ଆର୍ଥିକ ସହାୟତା ମଧ୍ୟ କାଗଜପତ୍ରରେ କରି ନେଇଥିଲେ। କେବଳ ସେତିକି ନୁହେଁ ତାଙ୍କ ସ୍ତ୍ରୀ ନାରେ ମଧ୍ୟଜାଲକାଗଜ ପତ୍ର କରି ଲକ୍ଷଲକ୍ଷ ଟଙ୍କା କାର୍ଯ୍ୟାଳୟରୁ ଲୁଟ କରିଛନ୍ତି।

କିରାଣିଙ୍କ କେଳେଙ୍କାରୀ ଜଣାପଡ଼ିବା ପରେ ବିଭାଗ ତରଫରୁ ମଧ୍ୟ ଏକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଇତି ମଧ୍ୟରେ ତଦନ୍ତ ରିପୋର୍ଟ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି। ରିପୋର୍ଟ ହସ୍ତଗତ ହେଲା ପରେ ଡିଇଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତେବେ ଶ୍ରୀ ରଥ ସରକାରୀ ତହବିଲରୁ ସମୁଦାୟ କେତେ  ଟଙ୍କା ଆତ୍ମସାତ୍‌ କରିଛନ୍ତି ଓ ତାଙ୍କ ସହିତ ଆଉ କିଏ ସାମିଲ ଥିଲେ କି ସେ ତଦନ୍ତ ଜାରି ରହିଛି ବୋଲି ଡିଇଓ ଧ୍ରୁବଚରଣ ବେହେରା କହିଛନ୍ତି। ନିକଟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ତାଙ୍କୁ କିରାଣିଙ୍କଦୁର୍ନୀତି ସମ୍ପର୍କରେ ପଚରା ଯାଇଥିଲା।

ପ୍ରାଥମିକ ପ୍ରମାଣ ମିଳେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ପ୍ରାଥମିକ ପ୍ରମାଣ ମିଳିଥିବାରୁ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରୀ ରଥଙ୍କୁ ନିଲମ୍ବନ କରାଯାଇଥିବା କୁହାଯାଉଛି। ଦୁର୍ନୀତିର ପର୍ଦ୍ଦାଫାସ୍‌ହେବାପରେ ସମ୍ପୃକ୍ତ କିରାଣି ଜଣଙ୍କ ଏକ ମାସିଆ ଛୁଟିରେ ଚାଲି ଯାଇଛନ୍ତି। ଏହାର ତଦନ୍ତ ଆରମ୍ଭ ହେବା ପରେ ତାଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ବିଭାଗ ତରଫରୁ ନୋଟିସ କରାଯାଇଥିଲା। କିନ୍ତୁ ସେ ତାଙ୍କ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଫଳରେ ନିଲମ୍ବନ ଆଦେଶ ତାଙ୍କ ଠିକଣାରେ ପଠାଇ ଦିଆଯାଇଥିବା ଡିଇଓ କହିଛନ୍ତି।