Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
‘ଅପରାଧିକ ମାମଲା ଥିବା ପ୍ରାର୍ଥୀମାନଙ୍କୁ ଟିକେଟ୍‌ ଦେଲେ କାରଣ ଦର୍ଶାଇବେ ରାଜନୈତିକ ଦଳ’ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

‘ଅପରାଧିକ ମାମଲା ଥିବା ପ୍ରାର୍ଥୀମାନଙ୍କୁ ଟିକେଟ୍‌ ଦେଲେ କାରଣ ଦର୍ଶାଇବେ ରାଜନୈତିକ ଦଳ’

ନୂଆଦିଲ୍ଲୀ,ଏଜେନ୍ସି: ଏବେଠାରୁ ନେତାମାନେ ନିଜ ନାମରେ ଥିବା ଅପରାଧିକ ମାମଲାଗୁଡ଼ିକୁ ଦଳୀୟ ୱେବସାଇଟରେ ଦର୍ଶାଇବାକୁ ସୁପ୍ରିମକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଯଦି କୌଣଦି ଦଳ ଅପରାଧିକ ମାମଲା ଥିବା ପ୍ରାର୍ଥୀମାନଙ୍କୁ କେଉଁ କାରଣରୁ ଟିକେଟ ଦିଆଯାଉଛି ତାହା ଆଫିଡେଭିଟରେ ଦର୍ଶାଇବାକୁ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ରାଜନୈତିକ ଦଳମାନଙ୍କୁ କହିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆଣିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କର େଓ୍ଵବ୍‌ସାଇଟ୍‌ରେ ସେମାନଙ୍କ ଅପରାଧିକ କାର୍ୟ୍ୟକଳାପର ବିବରଣୀ ରହିଛି। ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଆଞ୍ଚଳିକ ଏବଂ ଜାତୀୟ ଖବରକାଗଜରେ ପ୍ରକାଶ କରାଯିବା ଉଚିତ। ଏହାଛଡ଼ା ସମ୍ପୃକ୍ତ ରାଜନୈତିକ ଦଳର ଫେସ୍‌ବୁକ୍‌ ଏବଂ ଟୁଇଟର୍‌ ଆଦି ସାମାଜିକ ଗଣମାଧ୍ୟମରେ ମଧ୍ୟ ଉକ୍ତ ତଥ୍ୟ ପୋଷ୍ଟ୍‍ ହେବା ଉଚିତ।

ସୁପ୍ରିମ୍‌ କୋର୍ଟ ଆହୁରି କହିଛନ୍ତି ଯେ ଜଣେ ପ୍ରାର୍ଥୀଙ୍କୁ ମନୋନୀତ କରାଯିବାର ତିନି ଦିନ ମଧ୍ୟରେ ତାଙ୍କର ଅପରାଧିକ ମାମଲାର ବିବରଣୀଗୁଡ଼ିକ ଭାରତର ନିର୍ବାଚନ କମିସନ୍‌ଙ୍କ ପାଖରେ ଦାଖଲ କରାଯିବା ଉଚିତ। ଏଥିରେ ବ୍ୟତିକ୍ରମ ହେଲେ ନିର୍ବାଚନ କମିସନ୍‌ ରାଜନୈତିକ ଦଳମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିପାରିବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଏଠାରେ ଉଲ୍ଲେଖ କରାଯିବା କଥା ଯେ ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଅର୍ଦ୍ଧାଧିକ ବିଧାୟକଙ୍କ ନାମରେ ଅପରାଧିକ ମାମଲା ଚାଲିଛି। ଏ କଥା ‘ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ’ ନାମକ ଏକ ସଂଗଠନ କହିଛି।

୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅପରାଧିକ ପୃଷ୍ଠଭୂମି ଥିବା ବିଧାୟକଙ୍କ ସଂଖ୍ୟା ଥିଲା ୨୪। ୨୦୨୦ ବିଧାନସଭା ନିର୍ବାଚନରେ ଏମାନଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି।