ଦେଓଗାଁ ବ୍ଲକ୍‌ କାର୍ଯ୍ୟାଳୟରେ ସ୍ବଚ୍ଛତା ହିଁ ସେବା ଅଭିଯାନ

ଦେଓଗାଁ,ଏନ୍‌ଏନ୍‌ଏସ୍‌: ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ସେପ୍ଟେମ୍ବର ୧୫ ତାରିଖରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ‘‘ସ୍ବଚ୍ଛତା ହିଁ ସେବା’’ ଅଭିଯାନ ପାଳନ ଅବସରରେ ବୁଧୁବାର ଦିନ ଦେଓଗାଁ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦେଓଗାଁ ବ୍ଲକ୍‌ ଅଧ୍ୟକ୍ଷ ଦୟାନିଧି ଖମାରୀ, ଦେଓଗାଁ ଭାରପ୍ରାପ୍ତ ବିଡ଼ିଓ ଦାୟିତ୍ୱରେ ଥିବା ବଲାଙ୍ଗିର ଏବିଡ଼ିଓ ରାମଦତ୍ତ ଭୋଇ, ଦେଓଗାଁ ଏବିଡ଼ିଓ ପୁଷ୍ପାଞ୍ଜଳି ନାଏକ, ଦେଓଗାଁ ବ୍ଲକ୍‌ ଉପାଧ୍ୟକ୍ଷାଙ୍କ ସହ ବ୍ଲକ୍‌ କାର୍ଯ୍ୟଳୟରେ କାର୍ଯ୍ୟକରୁଥିବା ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ସଫେଇ କାର୍ଯ୍ୟକ୍ରମ କରିଥିଲେ। ବ୍ଲକ୍‌ କାର୍ଯ୍ୟାଳୟକୁ ଆସିଥିବା ଲୋକଙ୍କୁ କିଭଳି ସଫାସୁତୁରା କରି ପରିବେଶ ସ୍ୱଚ୍ଛ ରଖିବେ ସେଦିଗରେ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିମଳ ଓ ପାନୀୟ ଜଳଯୋଗାଣ ବିଭାଗର ବିଆର୍‌ଟି ମଧୁ ପଟେଲ ପରିଚାଳନା କରିଥିଲେ।