ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ +୨ କଳା, ବାଣିଜ୍ୟ ଓ ବିଜ୍ଞାନ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ପରେ ନବାଗତ ଛାତ୍ରଛାତ୍ରୀ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ଏଥିରେ ଡା. ବିଭୁତି ଭୂଷଣ ଆଚାର୍ଯ୍ୟ, ତେଜେଶ୍ୱର ନାୟକ, ସରୋଜ କୁମାର ପାଠୀ, ନୀଳାଞ୍ଚଳ ମହାରଣା, ଡା. ସୁଶାନ୍ତ କୁମାର ଦାସ, ଶ୍ରୀକାନ୍ତ କୁମାର ସାହୁ ଓ ହିମାଂଶୁ ଚରଣ ସାହୁଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ ।