ବ୍ଲକ୍‌ ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳିତ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ କାର୍ଯ୍ୟଳୟ ଠାରୁ ସିଡିପିଓଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ବିଡିଓ ଚନ୍ଦ୍ରମଣୀ ନାଗଙ୍କ ଅଧ୍ୟକ୍ଷତାରେ ଏମବିକେ ମାନଙ୍କର ମିଳିତ ଉଦ୍ୟମରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଆଜି ସ୍ୱଚ୍ଛତା ହିଁ ସେବା ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଅନେକ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଗୁଡିକ ପଡି ରହିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗାଁ’କୁ ସ୍ୱଚ୍ଛତା ଆଣିବା ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଗାଁ’କୁ ସ୍ୱଚ୍ଛତା ଆଣିବା ଓ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଲୋକ ଆନ୍ତରିକତା ଅଭାବ ଯୋଗୁଁ ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନରେ ଏଭଳି ଆବର୍ଜନାମୟ ଗାଁ’ରେ ପରିଲକ୍ଷିତ ହୋଇଛି। ତେଣୁ ଏହାକୁ ନେଇ ଗାଁ’ଠାରୁ ସହର ପର୍ଯ୍ୟନ୍ତ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ପାଇଁ ବ୍ଲକ୍‌ ପ୍ରଶାସନର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବ୍ଲକ୍‌ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ଏପିଓ ବନଜାବାସିନୀ ଦାସ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ବିଏଲସି ସୁଧାଂଶୁ ବଚ୍ଛା, ଦୁଲଣା ବାଗ, ଆନନ୍ଦ ସାହୁ, ବିଭାଗୀୟ ଅଧିକାରୀ ଗଣେଶ ରାମ ବେହେରା, ହିସାବ ଅଧିକାରୀ ଲଛମନ ଯାନୀ, ବିପିସି ଆଶୁତୋଷ ପୁଟେଲ, ଏମବିକେ ସୂର୍ଯ୍ୟକାନ୍ତି କୁମ୍ଭାର, ସଂଯୁକ୍ତା ଦାସ, ମାଳତୀ ମହାନନ୍ଦ, ଯଶୋବନ୍ତୀ ମିଶ୍ର, ନମିତା ପୃସେଠ, ନିଲିମା ବଗର୍ତ୍ତି, ଗିରିସୁତା ସାହୁ, ମମତା ତାଣ୍ଡି, ନିଳିମା ନାଗ ପ୍ରମୁଖ ଉପସ୍ଥିତ ଥିଲେ।