ନେହରୁ ଓ କୃଷ୍ଣ ଯୁବକ ସଙ୍ଘର ସଫେଇ

ଝରିଗାଁ, ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମରେ ନେହରୁ ଯୁବକ କେନ୍ଦ୍ର ଓ ଜୟ ଶ୍ରୀ କୃଷ୍ଣ ଯୁବକ ସଙ୍ଘର ମିଳିତ ଆନୁକୂଲ୍ୟରେ ଏକ ସଫେଇ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ପୂର୍ବତନ ସମିତି ସଭ୍ୟ ଯୁଗତରାମ ଗୌଡ଼ , ସମାଜ ସେବୀ ସୈନିକ ଗୌଡ଼, ସମାଜ ସେବୀ ସହଦେବ ଗୌଡ଼, ଜୟ ଶୀକୃଷ୍ଣ ଯୁବକ ସଙ୍ଘ ସଭାପତି ରୁପଚାନ୍ଦ ଗୌଡ଼, ସମ୍ପାଦକ ନେପାଳ ଚନ୍ଦ୍ର ଗୋପାଳ ଏବଂ ଯୁବକ ସଙ୍ଘର ଉପଦେଷ୍ଟା ନବଘନ ଗୌଡ, ଯୁବକ ସଙ୍ଘର ଅନ୍ୟ ସଦସ୍ୟ ସଫେଇ କରିଥିଲେ।