ଅବନ୍ତିପୋରାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି

ଅବନ୍ତିପୋରା,ଏଜେନ୍ସି: ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୋରାର ପମ୍ପୋର ନିକଟରେ ବୁଧବାର ବିଳମ୍ବିତ ରାତିରେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜାମ୍ମୁ କାଶ୍ମୀରର ପୁଲିସ ଓ ସୁରକ୍ଷାବାହିନୀ ମିଳିତ ହୋଇ ଏନକାଉଣ୍ଟର ଜାରି ରଖିଛନ୍ତି।

ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଅପରେଶନ ଜାରି ରଖିଥିବା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ କାଶ୍ମୀର ପୁଲିସ ଜୋନର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।