ଗୋଟିଏ ଦିନରେ ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ: ୧୨ ହଜାର ୮୮୧ ପଜିଟିଭ, ୩୩୪ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଆଜି ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୨ ହଜାର ୮୮୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୬୭ ହଜାରକୁ ଅତିକ୍ରମ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯୪ ହଜାର ୩୨୫ ଜଣ ସୁସ୍ଥ ହୋଇଛନ୍ତି। ଭାରତରେ ବର୍ତମାନ ଆକ୍ଟିଭ କେସ ରହିଛି ୧ଲକ୍ଷ ୬୦ ହଜାର ୩୮୪।

ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ୯୦ ଜଣ, ଆସାମର ୮ ଜଣ, ବିହାରର ୪୪ ଜଣ, ଚଣ୍ଡିଗଡ଼ର ୬ ଜଣ, ଛତିଶଗଡ଼ର ୧୦ ଜଣ, ଦିଲ୍ଲୀର ୧୯୦୪ ଜଣ, ଗୁଜରାଟର ୧୫୬୦ ଜଣ, ହରିୟାଣାର ୧୩୦ ଜଣ, ହିମାଚଳ ପ୍ରଦେଶର ୮ ଜଣ, ଜମ୍ମୁ ଓ କଶ୍ମୀରର ୬୫ ଜଣ, ଝାଡ଼ଖଣ୍ଡର ୧୦ ଜଣ, କର୍ଣ୍ଣାଟକର ୧୦୨ ଜଣ, କେରଳର ୨୦ ଜଣ, ଲଦାଖର ୧ ଜଣ, ମଧ୍ୟପ୍ରଦେଶର ୪୮୨ ଜଣ, ମହାରାଷ୍ଟ୍ରର ୫୬୫୧ ଜଣ, ମେଘାଳୟର ୧ ଜଣ, ଓଡ଼ିଶାର ୧୧ ଜଣ, ପୁଡୁଚେରୀର ୭ ଜଣ, ପଞ୍ଜାବର ୭୮ ଜଣ, ରାଜସ୍ଥାନର ୩୧୩ ଜଣ, ତାମିଲନାଡୁର ୫୭୬ ଜଣ, ତେଲେଙ୍ଗାନାର ୧୯୨ ଜଣ, ତ୍ରିପୁରାର ୧ ଜଣ, ଉତ୍ତରାଖଣ୍ଡର ୨୫ ଜଣ, ଉତ୍ତରପ୍ରଦେଶର ୪୧୭ ଜଣ ଏବଂ ପଶ୍ଚମବଙ୍ଗର ୪୯୫ ଜଣଙ୍କ ମୃତ୍ୟୁ ହୋଇଛି।