ଆଦିବାସୀଙ୍କ ହକ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଝାରସୁଗୁଡ଼ାଏନ୍ଏନ୍ଏସ୍: ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ଆଦିବାସୀମାନଙ୍କ ହକ୍ ଓ ଅଧିକାର ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୧୩ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଣ୍ଡ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ, ଗୋଁଣ୍ଡ ମହାସଭା ଝାରସୁଗୁଡା ଜିଲ୍ଲାର ସଭାପତି ଡମ୍ବରୁଧର ନାଏକ, ସାମ୍ପାଦକ ଶ୍ୟାମଲାଲ ନାଏକ, ଲଳିତ ମୋହନ ଭୋଇ ବ୍ଲକ ସଭାପତି ବସନ୍ତ ଭୋଇ, ସମ୍ମିଲିତ ଆଦିବାସୀ ସମାଜର ସାଧାରଣ ସମ୍ପାଦକ ଲିଙ୍ଗରାଜ ପ୍ରଧାନ, ତ୍ରିଲୋଚନ ଡନସନା ଆଡ୍ଭୋକେଟ୍ କ୍ଷେତ୍ରମୋହନ ଅଟି, ଅରୁଣ ଅଶୋକ ମାଝୀ ଓ ବଲରାମ ମାଝୀ, ଗଙ୍ଗାଧର ଭୋଇ, ମୁରଲି ଭୋଇ, ବିନୋଦ ବାଗ, ଫକିର କିସାନ, ବିସ୍ତାରି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।