ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ରିଆମାଳ,ଏନ୍‌ଏନ୍‌ଏସ୍‌: ଗତ ୧୨ ତାରିଖରେ ସମ୍ବଲପୁରସ୍ଥିତ ହନୁମାନ ଭକ୍ତଙ୍କ ବାଇକ ଶୋଭାଯାତ୍ରା ସମୟରେ ଏକ ନିର୍ଦ୍ଦିଷ୍ଟ ଦ୍ୱାରା ପଥର ମାଡ଼ ଏବଂ ଏକ ବନବାସୀଙ୍କୁ ହତ୍ୟା ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆଜି ରିଆମାଳ ବ୍ଲକ ହିନ୍ଦୁ ସମାଜ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରିଆମାଳ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତୁ ରଞ୍ଜନ ଜେନାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିଶ୍ୱ ହିନ୍ଦୁ ସଂଘର ପରିଚାଳକ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଆହ୍ୱାନକ୍ରମେ କେନ୍ଦ୍ରୀୟ କମିଟିର ସଦସ୍ୟ ସ୍ୱାମୀ ଅଭୟ ଚୈତନ୍ୟ ଜୀଙ୍କ ନେତୃତ୍ୱରେ ରିଆମାଳ ଶିବ ମନ୍ଦିରରୁ ହିନ୍ଦୁ ସମାଜ ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଏକତ୍ରିତ ହୋଇ ବିରାଟ ଶୋଭାଯାତ୍ରାରେ ବାହାରି ବନ୍ଦେ ମାତରମ୍ ନାରା ଦେଇ ବ୍ଲକ ପରିସରରେ ପହଞ୍ଚି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ଗୋଲବଦନ ବିଶ୍ୱାଳ, ପଳଉ ନାୟକ, ଜନାର୍ଦ୍ଦନ ପ୍ରଧାନ, ସମିତି ସଭ୍ୟ ମୁନସୁନ ସାହୁ, ଧୀରେନ୍ଦ୍ର ପ୍ରଧାନ, ଟଙ୍କଧର ସାହୁ ଓ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।