ବଲାଙ୍ଗିର,ଏନଏନଏସ: ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଓଡ଼ିଶା ଓ ବିହାର ମଧ୍ୟରେ ଚାଲିଥିବା ୨୩ ବର୍ଷରୁ କମ ସିକେ ନାଇଡୁ ଟ୍ରଫି କ୍ରିକେଟ୍ ମ୍ୟାଚରେ ଓଡ଼ିଶା ଦଳ ଦମଦାର ଖେଳ ପ୍ରଦର୍ଶନ କରି ୬୨ ରନରେ ବିହାରକୁ ପରାସ୍ତ କରିଛି। ତୃତୀୟ ଦିନ ଖେଳ ସମାପ୍ତି ବେଳକୁ ପରାଜୟ ଦ୍ୱାରଦେଶରେ ଥିବା ବିହାର ଚତୁର୍ଥ ତଥା ଅନ୍ତିମ ଦିନରେ ପରାଜିତ ହୋଇଛି। ତୃତୀୟ ଦିନ ଖେଳରେ ବିହାର ଦଳ ୬ ୱିକେଟ ହରାଇ ୭୦ ରନ୍ କରିଥିଲା।
ପରେ ରବିବାର ଆଉ ୧୬୩ ରନ୍ କରି ଅଲ ଆଉଟ ହୋଇଯାଇଥିଲା। ବିହାର ତରଫରୁ ସକିବୁଲ ଗନି ସର୍ବାଧିକ ୮୬ ରନ୍ କରିଥିବା ବେଳେ ସବିର ଖାନ ୨୮, ହର୍ଷ ରାଜ ୨୫ ଓ ସଚିନ କୁମାର ସିଂ ୨୩ ରନ୍ କରିଥିଲେ। ଓଡ଼ିଶା ତରଫରୁ ପ୍ରୀତ କେ ସିଂ ଓ ତରନୀ ସା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅସୟକାନ୍ତ ସାହୁ ଓ ହର୍ଷିଦ ରାଥୋଡ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଶା ପ୍ରଥମ ଇନିଂସରେ ୩୩୨ ଓ ଦ୍ୱିତୀୟ ଇନିଂସରେ ୧୮୭ ରନ କରିଥିବା ବେଳେ ବିହାର ଦଳ ପ୍ରଥମ ଇନିଂସରେ ୨୨୪ ଓ ଦ୍ୱିତୀୟ ଇନିଂସରେ ୨୩୩ ରନ କରିଥିଲା ।