ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ସହର ସ୍ଥିତ ସାଇପ୍ରିୟା ନଗରରେ ଥିବା ଅନ୍ୱେଷା ହଷ୍ଟେଲରେ ଅଗ୍ନିକାଣ୍ଡ। ସୂଚନା ଅନୁସାରେ ରବିବାର ଦ୍ୱିତୀୟ ମହଲରେ ଦିନ ୧୨ଟା ସମୟରେ ଷ୍ଟୋର ରୁମରୁ ଧୂଆଁ ବାହାରୁଥିବା ଦେଖି ହଷ୍ଟେଲର ଦାୟିତ୍ୱରେ ଥିବା ଓାର୍ଡନ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
