ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସିଆଇଏସଏଫ୍‌ କନଷ୍ଟେବଳ ଗିରଫ

ପାରାଦ୍ୱୀପ,ଏନ୍ଏନ୍ଏସ୍: ଜଣେ କାର୍ଯ୍ୟରତସିଆଇଏସଏଫ୍‌ କର୍ମଚାରୀ ନିଜ ପଡୋଶୀ ଘରର ଏକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଜଗତସିଂହପୁର ପାରାଦ୍ୱୀପ ଅଞ୍ଚଳରେ ଜଣେ ୪ବର୍ଷର ଶିଶୁକୁ ଜଣେ ସିଆଇଏସଏଫ୍‌ କନଷ୍ଟେବଳ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି। ସିଆଇଏସଏଫ୍‌ର ମୁଖ୍ୟ କନଷ୍ଟେବଳ ଏମ୍ କାଣ୍ଡାସ୍ୱାମୀଙ୍କୁ ଅଭୟଚାନ୍ଦପୁର ପୁଲିସ ଗିରଫ କରିଛି।

ଅଭିଯୁକ୍ତ କନଷ୍ଟେବଳର ଘର ତାମିଲନାଡୁରେ ଏବଂ ସେ ସିଆଇଏସଏଫ୍‌ ବାରାକ୍‌ରେ ରହୁଥିଲେ। ତେବେ ପଡୋଶୀ ଘରେ ରହୁଥିବା ଏକ ନାବାଳିକାକୁ ଚକଲେଟ୍ ଲୋଭ ଦେଖାଇ ତା ସହ ଦୁଷ୍କର୍ମ କରିଥିଲା। ଏହା ଜଣାପଡ଼ିବା ପରେ ପୀଡ଼ିତାଙ୍କ ବାପା ଥାନାରେ ଅଭୟଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ତୁରନ୍ତ ଏମ୍ କାଣ୍ଡାସ୍ୱାମୀଙ୍କୁ ଗିରଫ କରିଛି। ଅପରପକ୍ଷରେ ପୀଡ଼ିତାଙ୍କ ବାପା ମଧ୍ୟ ଜଣେ ସିଆଇଏସଏଫ୍‌ କନଷ୍ଟେବଳ ବୋଲି ଜଣାପଡ଼ିଛି।