ଏଣିକି ବାଇକ୍ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାର୍ଚ୍ଚ ୧ରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ହେବାକୁ ଯାଉଥିବା ବେଳେ ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଚେତାବନୀ ଦେଇଛନ୍ତି। ସେ ଦିଲ୍ଲୀରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବୈଠକରେ ଯୋଗଦେଇ ଫେରିବା ପରେ ଏଣିକି ବାଇକ୍‌ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ ହେବ ବୋଲି ସୂଚନା ଦେଇଛନ୍ତି। ୩୩ ମାସ ସମୟ ପୂରଣ ହେବା ପରେ ଯାଞ୍ଚ କଡ଼ାକଡ଼ି କରାଯିବ।

ଟ୍ରାଫିକ ନିୟମ ନ ମାନିଲେ ଜୋରିମାନା ନିଶ୍ଚିତ ଆଦାୟ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହାଛଡ଼ା ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଜୋରିମାନା କୋହଳ ପାଇଁ ଆଲୋଚନା ହୋଇଥିବା ବେଳେ ଏହାର ନିଷ୍ପତ୍ତି ନିଆଯାଇନାହିିଁ