ଚୌଦ୍ୱାର,ଏନ୍ଏନ୍ଏସ୍: ଆଜି କଟକ ଚୌଦ୍ୱାର ଅଞ୍ଚଳରେ ପୁଣି ଏନକାଉଣ୍ଟର। ଚୌଦ୍ୱାର ଥାନା ପୁଲିସ ଏନକାଉଣ୍ଟରରେ ସୋମବାର ସକାଳେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ ହୋଇଛି। ଏଥିରେ ମୁନାର ବାମପଟ ଗୋଡ଼ରେ ଗୁଳି ବାଜିଥିବା ଜଣାଯାଇଛି। ପରେ ତାକୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଏହି ସମୟରେ ପୁଲିସ ମୁନା ନିକଟରୁ ଗୋଟିଏ ବନ୍ଧୁକ ଓ ୩ଟି ଅଫୁଟା ଗୁଳି ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ ଗୁରୁଡିଝାଟିଆ ଲୁଟ ଘଟଣାରେ ମୁନା ଦେହୁରୀ ସମ୍ପୃକ୍ତ ଥିବା ଜଣାଯାଇଛି।
