ଢେଙ୍କାନାଳ ଜଙ୍ଗଲରେ ଚିତାବାଘ

  • ଢେଙ୍କାନାଳ: ଢେଙ୍କାନାଳ ଜଙ୍ଗଲରେ ଏକ ଚିତାବାଘର ଅବସ୍ଥିତି ନେଇ ସୂଚନା ମିଳିଛି। ଚିତାବାଘର ଅବସ୍ଥିତି ନେଇ ଟ୍ୱିଟରରେ ସୂଚନା ଦେଇଛି ବନ ବିଭାଗ। ଜଙ୍ଗଲରେ ଏକ ଅଣ୍ଡିରା ଚିତାବାଘ ବୁଲୁଥିବାର ଭିଜୁଆଲ୍ ଦେଖିବାକୁ ମିଳିଛି। ବନବିଭାଗ ପକ୍ଷରୁ ଘଞ୍ଚ ଜଙ୍ଗଲରେ ଲଗାଯାଇଥିବା କ୍ୟାମେରାରୁ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବାଘକୁ ମିଶାଇ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ଏବେ ୭ଟି ଚିତାବାଘ ରହିଥିବା ଡିଏଫଓ ସୂଚନା ଦେଇଛନ୍ତି।