କମୁଛି ସଂକ୍ରମଣ: ଦିନକରେ ଆଉ ୬୨୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୬୨୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୮୦ଜଣ ରହିଛନ୍ତି। ଅନ୍ୟପଟେ କ୍ୱାରେଣ୍ଟାଇନରୁ ୩୬୬ଜଣ ଓ ସ୍ଥାନୀୟ ସଂକ୍ରମଣ ୨୫୯ଜଣ ରହିଥିବା ଜଣାପଡ଼ିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨ହଜାର ୩୨୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୧୪, କଟକରୁ ୫୬, ବାଲେଶ୍ୱରରୁ ୫୦, ଷ୍ଟେଟପୋଲରୁ ୪୮, ଜଗତସିଂହପୁରରୁ ୩୮, ଯାଜପୁରରୁ ୩୪, ପୁରୀରୁ ୨୯, ସମ୍ବଲପୁର, ଅନୁଗୁଳ ଓ କେଉଁଝରରୁ ୧୮ ଲେଖାଏଁ, ରାୟଗଡ଼ାରୁ ୧୨, କୋରାପୁଟରୁ ୧୧, ନୟାଗଡ଼ରୁ ୧୦, ଦେଓଗଡ଼ ଓ କେନ୍ଦ୍ରାପଡ଼ାରୁ ୯ ଲେଖାଏଁ, ଭଦ୍ରକରୁ ୮, ମୟୁରଭଞ୍ଜରୁ ୭, ଢେଙ୍କାନାଳ, ସୁନ୍ଦରଗଡ଼, ଗଞ୍ଜାମ ଓ ବରଗଡ଼ରୁ ୬ ଲେଖାଏଁ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩ ଲେଖାଏଁ, କନ୍ଧମାଳ ଓ ଗଜପତିରୁ ୨ ଲେଖାଏଁ, ନୂଆପଡ଼ା ଓ ମାଲକାନଗିରିରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨ହଜାର ୩୨୩ ହୋଇଥିବାବେଳେ ୯ଲକ୍ଷ ୮୬ହଜାର ୩୩୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୭,୪୯୩ଜଣଙ୍କର ମୃତ୍ୟୁ ଘଟିଛି ଓ ୮ହଜାର ୪୪୩ଜଣ ଚିକିତ୍ସିତ ହେଉଛନ୍ତି।