ଜେଡିୟୁ ଉପରେ ପାର୍ଟି ଭାଙ୍ଗିବାର ଆରୋପ ଲଗାଇଲେ ଚିରାଗ ପାସବାନ

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ରେ ଜାରି ରହିଥିବା ବିବାଦ ମଧ୍ୟରେ ଚିରାଗ ପାସବାନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାର୍ଟିରେ ଚାଲିଥିବା ଗତିବିଧିକୁ ନେଇ ଚିରାଗ ନିଜ ପକ୍ଷ ରଖିଛନ୍ତି।

ଚିରାଗ କହିଛନ୍ତି ଯେ, ବିହାର ନିର୍ବାଚନ ସମୟରେ ଏବଂ ତା’ ପୂର୍ବରୁ ମଧ୍ୟ ଜନତା ଦଳ ୟୁନାଇଟେଡ (ଜେଡିୟୁ) ପକ୍ଷରୁ ଆମ ପାର୍ଟି ଭାଙ୍ଗିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିିଥିଲା। ପାର୍ଟିର ପୂର୍ଣ୍ଣ ସମର୍ଥନ ବଳରେ ମୁଁ ନିର୍ବାଚନ ଲଢ଼ିଲି। କିଛି ଲୋକ ସଂଘର୍ଷ ପଥରେ ଚାଲିବା ପାଇଁ ପ୍ରସ୍ତୁତ ନଥିଲେ। ମୋ ଦାଦା ପ୍ରଚାର ସମୟରେ କୌଣସି ଭୂମିକା ନିର୍ବାହ କଲେ ନାହିଁ। ମୋ ପାର୍ଟିର ଅନେକ ପ୍ରାର୍ଥୀ ନିଜର ବ୍ୟକ୍ତିଗତ ନିର୍ବାଚନ ଲଢ଼ିବାରେ ବ୍ୟସ୍ତ ଥିଲେ।