ଲଦାଖ ସୀମା ନିକଟରେ ଚୀନ ସେନାଙ୍କ ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ,ଏଜେନ୍ସି: ଗଲୱାନ ଘାଟିରେ ସୋମବାର ଭାରତୀୟ ଓ ଚୀନ ସେନା ମଧ୍ୟରେ ହୋଇଥିବା ଗୁଳିବିନିମୟ ପରେ ଚୀନ ଲଦାଖ ସୀମା ନିକଟରେ ଗତିବିଧିକୁ ଅଧିକ ସକ୍ରିୟ କରିଛି। ଏଥି ପାଇଁ ମଙ୍ଗଳବାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ତିବତ ମିଲିଟାରି କମାଣ୍ଡ ତିବତର ଉଚ୍ଚସ୍ଥାନରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଏଥିରେ ଚୀନ ବାୟୁସେନା ମଧ୍ୟ ସାମିଲ ଅଛନ୍ତି।

ସୂଚନା ଅନୁଯାୟୀ ଗଲୱାନ ଘାଟିରେ ହୋଇଥିବା ଗୁଳିବିନିମୟରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୩ ଜଣ ଯବାନ ହତାହତ ହୋଇଥିଲେ। ଏନେଇ ଚୀନ ଲଦାଖ ସୀମା ନିକଟରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଚୀନ ସେନା ଦୀର୍ଘ ଦୂରଗାମୀ ଲକ୍ଷ୍ୟଭେଦ କରିପାରୁଥିବା ଆର୍ଟିଲାରୀ ସିଷ୍ଟମ, ଭୂପୃଷ୍ଠରୁ ଆକାଶକୁ ମାରିପାରିବାକୁ କ୍ଷମତା ରଖିଥିବା ମିସାଇଲ ପ୍ରଣାଳୀ, ସ୍ୱତନ୍ତ୍ର ଅପରେଟିଭ ଫୋର୍ସ, ଆର୍ମି ଆଭିଏଶନ ଫୋର୍ସ, ଇଲେକଟ୍ରୋନିକ କାଉଣ୍ଟମାର୍ସ ଫୋର୍ସ ଓ ଇଂଜିନିୟରିଂ ଓ ଆଣ୍ଟି କେମିକାଲ୍ସ ୱାରଫେୟାର ସୈନିକ ସହିତ ଯୁଗ୍ମ ଅପରେଶନ କରିଛି।

ଚୀନ ଗଣମାଧ୍ୟମ ପିଏଏଲଏ ତିବତ ସୈନ୍ୟ କମାଣ୍ଡରରୁ ସୂଚନା ହାସଲ କରି କହିଛି ନିକଟରେ ୪୭୦୦ ମିଟର ଉଚ୍ଚସ୍ଥିତ ନିୟାଗକିଙ୍ଗ ତାଙ୍ଗଗୁଲା ଅଥବା ନ୍ୟେନଚେନ ଟୋଙ୍ଗଲାର ପାହାଡରେ ଏହି ଯୁଦ୍ଧାଭ୍ୟାସ କରିଛି । ଏଥିରେ ଶତ୍ରୁର ଠିକଣାକୁ ନଷ୍ଟ କରିବା ସହିତ ଗୁଇନ୍ଦା ଗତିବିଧିକୁ ମୁକାବିଲା କରିବାକୁ ପ୍ରସ୍ତୁତି ମଧ୍ୟ ହୋଇଛି ।