ଏଲଏସିରେ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବ ଲଦାଖରେ ସୋମବାର ରାତିରେ ଚୀନ ସେନା ଭାରତ ସୀମାରେ ପଶି ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଯବାନ ସହିଦ ‌ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍ କରି ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସେ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଆମ ଦେଶର ଅଖଣ୍ଡତା ରକ୍ଷା କରି ଗଲୱାନ୍ ଘାଟିରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଭାରତୀୟ ଆର୍ମିର ସାହସୀମାନଙ୍କୁ ସାଲ୍ୟୁଟ କରିବାକୁ ରାଷ୍ଟ୍ରରେ ଯୋଗ ଦିଅନ୍ତୁ। ସାହସୀ ସହିଦଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା।

ଅନ୍ୟପଟେ ଏହି ହିଂସାତ୍ମକ ଲଢେଇରେ ଚୀନର ମଧ୍ୟ ୪୩ ଜଣ ଯବାନ ହତାହତ ହୋଇଥିବା ସୂଚନା ମିଳିଛି। ତେବେ ଏଲଏସି ନିକଟରେ ହୋଇଥିବା ଚୀନ ସିପାହୀଙ୍କୁ ହେଲିକପ୍ଟର ଯୋଗେ ନିଆଯାଉଛି।