ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶର ତବାଙ୍ଗରେ ଡିସେମ୍ବର ୯ରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏନେଇ ଚୀନ ପକ୍ଷରୁ ପ୍ରଥମ ବୟାନ ସାମ୍ନାକୁ ଆସିଛି । ସମାଚାର ଏଜେନ୍ସି ଏଏଫପୀ ମୁତାବକ, ହିଂସାତ୍ମକ ଘଟଣାର ରିପୋର୍ଟ ଆସିବା ପରେ ଭାରତ ସୀମାରେ ସ୍ଥିତି ସାମାନ୍ୟ ରହିଥିବା ଚୀନ କହିଛି ।
ଅନ୍ୟପଟେ ଉକ୍ତ ଘଟଣାକୁ ନେଇ ରାଜ୍ୟସଭା ଓ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ସଂଘର୍ଷରେ ଭାରତୀୟ ସେନାର ଯବାନଙ୍କ କୌଣସି କ୍ଷତି ଘଟିନାହିଁ । ଭାରତର କୌଣସି ଯବାନ ସହିଦ ହୋଇନାହାନ୍ତି ।
ଚନାଯୋଗ୍ୟ, ଭାରତ ଓ ଚୀନ ସୀମାରେ ସଂଘର୍ଷ ପରେ ଭାରତରେ ସ୍ଥିତି ସରଗରମ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜନାଥ ସିଂହଙ୍କ ଘରେ ଏକ ଉଚ୍ଚସସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ସିଡିଏସ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ, ୩ ସେନା ମୁଖ୍ୟ ଓ ଏନଏସଏ ଅଜିତ ଡୋଭାଲଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ । ଚୀନ ସହ ଏଲଓସିରେ ସୁରକ୍ଷା ସ୍ଥିତିକୁ ନେଇ ରାଜନାଥ ସିଂହ ସେନାମୁଖ୍ୟଙ୍କୁ ସୂଚନା ଦେଇଥିଲେ । ଅନ୍ୟପଟେ ବିରୋଧୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସଦନରେ ସରକାରକୁ ଘେରିଛି ।