ଅଗଷ୍ଟ ୧୨ ଯାଏଁ ବାତିଲ ହେଲା ଟ୍ରେନ୍ ଚଳାଚଳ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଥମିବାର ନାଁ ନେଉନାହିଁ। ଫଳରେ ପୁଣି ଥରେ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି। ଲକଡାଉନ କାରଣରୁ ଗତ ମେ’ ମାସ ୧ ତାରିଖ ଠାରୁ ଦେଶରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ ହେବା ପରେ ଗତ କିଛିଦିନ ମଧ୍ୟରେ ଅନ୍ୟ ଟ୍ରେନଗୁଡ଼ିକ ଚଳାଚଳ ଆରମ୍ଭ କରିଥିଲା। କିନ୍ତୁ ଏହା ପରଠାରୁ ଦେଶରେ କରୋନା ସ୍ଥିତି ଅନିୟନ୍ତ୍ରିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ପକ୍ଷରୁ ପୁଣି ଥରେ ସାଧାରଣ ଟ୍ରେନଗୁଡ଼ିକର ଚଳାଚଳକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।

ଏହି ସମୟରେ ପୂର୍ବପରି ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଆସନ୍ତା ଜୁଲାଇ ୧ ଠାରୁ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଟ୍ରେନକୁ ବାତିଲ କରାଯିବା ସହିତ ବୁକିଂ ଟିକେଟକୁ ରଦ୍ଧ କରାଯାଇ ସମ୍ପୂର୍ଣ୍ଣ ମନି ରିଫଣ୍ଡ କରାଯିବ।