ଖୋର୍ଦ୍ଧା,ଏନ୍ଏନ୍ଏସ୍: ଜେଲରୁ ମୁକୁଳିଲେ ବହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପରେ ମା’ ଭାଗବତୀଙ୍କୁ କଲେ ଦର୍ଶନ। ବାଣପୁର ସବଜେଲରୁ ମୁକୁଳିଛନ୍ତି ଚିଲିକା ବହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବିଧାୟକଙ୍କୁ ହାଇକୋର୍ଟ ସାତ ଦିନ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ ପରେ ସେ ଆଜି ଜେଲରୁ ମୁକୁଳିଛନ୍ତି।
ସ୍ବାସ୍ଥ୍ୟଗତ ଚିକିତ୍ସା ପାଇଁ ବିଧାୟକଙ୍କୁ ଜାମିନ ଦେଇଛନ୍ତି କୋର୍ଟ। ସେହିପରି ଆଜି ମଧ୍ୟାହ୍ନରେ ବିଧାୟକ ଜେଲରୁ ବାହାରିବା ପରେ ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ବିଧାୟକଙ୍କୁ ତାଙ୍କର ବହୁ ସମର୍ଥକ ସ୍ବାଗତ କରିଥିବା ଦେଖିବାକୁ ମିଳିଛି।
ସୂଚନା ଯୋଗ୍ୟ ଯେ, ଗତ ପଞ୍ଚାୟତ ସମିତି ଅଧକ୍ଷ ନିର୍ବାଚନ ଦିନ ବିଧାୟକ ଲୋକଙ୍କ ଉପରେ ଗାଡି ଚଢାଇ ଦେବା ଭଳି ସଙ୍ଗୀନ ଅଭିଯୋଗରେ ଜେଲ ଯାଇଥିଲେ।