ବ୍ରାହ୍ମଣୀ ଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶିଶୁ ଦିବସ ପାଳନ

ବ୍ରାହ୍ମଣୀ ଗାଁ,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁଁ ଦେଶର ଶିକ୍ଷା ବ୍ୟବସ୍ଥା ଅଚଳ ହୋଇ ପଡ଼ିଥିବା ବେଳେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ବହୁତ ପ୍ରଭାବିତ ହୋଇଛନ୍ତି। ଦୁର୍ଗମ ଅଞ୍ଚଳରେ ନେଟୱର୍କ ସମସ୍ୟା ଯୋଗୁଁ ଅନ ଲାଇନ ପାଠପଢାରୁ ବଞ୍ଚିତ ରହୁଥିବା ବେଳେ କୋମଳମତି ଛାତ୍ରଛାତ୍ରୀଙ୍କ ଅନିଶ୍ଚିତ ଭବିଷ୍ୟତକୁ ଗଢିବା ପାଇଁ ଜନବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ପ୍ରୟାସ ଆରମ୍ଭ କରାଯାଇଛି। ବ୍ରାହ୍ମଣୀ ଗାଁ, ଗଦାପୁର ଓ ସରାମୁଳି ପଞ୍ଚାୟତରେ ୧୪ଟି ପାଠଶାଳା କେନ୍ଦ୍ର ଖୋଲି, ଶିକ୍ଷକ ନିଯୁକ୍ତି କରି କରୋନା କାଳରେ ପିଲାମାନେ ଯେପରି ପାଠପଢ଼ାରୁ ବଞ୍ଚିତ ନହେବେ ସେଥିପାଇଁ ପ୍ରୟାସ ଜାରି ରହିଛି।

ପବିତ୍ର ଶିଶୁ ଦିବସ ପାଳନ ଅବସରରେ ସେହି ପାଠ ଶାଳା କେନ୍ଦ୍ର ମାନଙ୍କରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନେଇ ପବିତ୍ର ଶିଶୁ ଦିବସ ପାଳନ କରାଯାଇଛି। ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ଗଦାପୁର, ସରାମୁଳି, ମାଣ୍ଡିପଙ୍କା ଆଦି ସ୍ଥାନରେ ସ୍କୁଲକୁ ଯାଉ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ସଚେତନତା ସୃଷ୍ଟି କରିବାକୁ ଯାଇ ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ। ଏହି ପରକ୍ରମା ସମୟରେ ଶିଶୁ ଶ୍ରମିକ, ଶିଶୁ ନିର୍ଯାତନା ବନ୍ଦକର ନାରା ଦିଆଯାଇଥିଲା।

ଜନବିକାଶ ନିର୍ଦ୍ଦେଶକ ଫା. ମଦନ ସୁଆଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଶିଶୁ ଦିବସ କାର୍ଯ୍ୟକ୍ରମ ପରିଚାଳନାରେ ସହ ନିର୍ଦ୍ଦେଶକ ଟି ଫ୍ରାନଚିସ କହଁର, ସଂଯୋଜକ ଦିବ୍ୟସିଂହ ସଭାସୁନ୍ଦର, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।