ବାଲ୍ୟ ବିବାହ ରୋକିଲା ଚାଇଲ୍ଡଲାଇନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଇରେକା ଥାନା ଅନ୍ତର୍ଗତ ଅର୍ଡା ପଞ୍ଚାୟତ ଅଧୀନସ୍ଥ ଏକ ଗ୍ରାମରେ ଚାଲିଥିବା ବାଲ୍ୟ ବିବାହକୁ ଝାରସୁଗୁଡ଼ା ଚାଇଲ୍ଡଲାଇନ ପକ୍ଷରୁ ରୋକା ଯାଇଛି। ଚାଇଲ୍ଡଲାଇନର ସୂଚନା ଅନୁଯାୟୀ, ଏହି ଗ୍ରାମର ଯୁବକ ସହ ସୁନ୍ଦରଗଡ଼ ଅଞ୍ଚଳର ଜଣେ ନାବାଳିକାର ପ୍ରେମ ସମ୍ପର୍କ ରହିଥିଲା। ଯୁବକ ଜଣଙ୍କ ତାକୁ ବାହା ହେବା ପାଇଁ ଘରେ ଆଣି ରଖିଥିବା ଜଣାପଡ଼ିବା ପରେ ଚାଇଲ୍ଡଲାଇନ ସଂଯୋଜକ ଆଶିଷ କୁମାର ପଣ୍ଡା ଓ ସଦସ୍ୟମାନେ ତୁରନ୍ତ ଉକ୍ତ ଗ୍ରାମକୁ ଯାଇ ଯୁବକଙ୍କ ପରିବାରବର୍ଗଙ୍କୁ ବାଲ୍ୟ ବିବାହ ଆଇନ ଓ ଏହାର ଦଣ୍ଡ ବିଷୟରେ ଅବଗତ କରାଇଥିଲେ।

ନାବାଳିକାଙ୍କୁ ୧୮ ବର୍ଷ ହେଲା ପରେ ବିବାହ କରିବା ପାଇଁ ଉଭୟ ଯୁବକ ଓ ନାବାଳିକାଙ୍କ ପରିବାର ରାଜି ହୋଇଥିଲେ। ପରେ ଲଇକେରା ଥାନାରେ ଏକ ଷ୍ଟେସନ ଡାଏରୀ କରାଯାଇ ନାବାଳିକାକୁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇଥିଲା। ନାବାଳିକାଙ୍କୁ ୧୮ ବର୍ଷ ହେବା ପରେ ତାଙ୍କ ସହ ବାହା କରାଇବା ପାଇଁ ଚୁକ୍ତିନାମା କରି ନାବାଳିକାକୁ ତା’ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।