ଡିସେମ୍ବର ୨୬ରେ ୨୩ ତମ ପ୍ରତିଷ୍ଠା ଦିବସ ପାଳିବ ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଡିସେମ୍ବର ୨୬ରେ ୨୩ ତମ ପ୍ରତିଷ୍ଠା ଦିବସ ପାଳିବ ବିଜେଡି। ଏହା ପୂର୍ବରୁ ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ଓ ୨୧ରେ ରାଜ୍ୟ ପରିଷଦ ବୈଠକ ବସିବ। ତେବେ ଏନେଇ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ହେବାକୁ ଥିବା ପରିଷଦ ବୈଠକରେ ସମସ୍ତ ବିଧାୟକ, ସାଂସଦଙ୍କ ସହ ରାଜ୍ୟ ପରିଷଦ ସଭ୍ୟ ଉପସ୍ଥିତ ରହିବେ। ରାଜନୈତିକ ଚିଠା ପ୍ରସ୍ତୁତ କରାଯିବ। ନବନିର୍ବାଚିତ ସଭ୍ୟ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ। କେବଳ ଏତିକି ନୁହେଁ ବରଂ ୩୨ଟି ସାଙ୍ଗଠନିକ ଜିଲ୍ଲାରେ କିପରି ସଭ୍ୟ ସଂଗ୍ରହ କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।