ଆରପାରିରେ ପୂର୍ବତନ ରେଡିଓ ସମ୍ବାଦପାଠକ ଉପେନ୍ଦ୍ର ପାହାଡ଼ସିଂହ

  • ଭୁବନେଶ୍ୱର: ପୂର୍ବତନ ରେଡିଓ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ପରଲୋକ ହୋଇଛି। ମଙ୍ଗଳବାର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି। ସେ ଆକାଶବାଣୀର ପୂର୍ବତନ ସମ୍ବାଦପାଠକ ଥିଲେ। ତାଙ୍କ ଗୁରୁଗମ୍ଭୀର ସ୍ୱର ପାଇଁ ସେ ଘରେ ଘରେ ପରିଚିତ ଥିଲେ। ତାଙ୍କ ଉପସ୍ଥାପନା ଶୁଣିବା ପାଇଁ ରେଡିଓ ପ୍ରେମୀ ଚାହିଁବସିଥାନ୍ତି। ଆକାଶବାଣୀରେ ସମ୍ବାଦ ପାଠ କରିବା ସମୟରେ ସେ ଅନେକ ଲୋକପ୍ରିୟତା ସାଉଁଟିଥିଲେ।