ଭାରତରେ ଶିଶୁ ମୃତ୍ୟହାର ହ୍ରାସ ପାଇଛି: ୟୁନିସେଫ୍

ନ୍ୟୁୟର୍କ,ଏଜେନ୍ସି: ଭାରତରେ ଶିଶୁ ମୃତ୍ୟୁହାର ଯଥେଷ୍ଟ ମାତ୍ରାରେ ହ୍ରାସ ପାଉଛି। ୟୁନିସେଫ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଜାତିସଂଘ ଆର୍ଥିକ ଓ ସାମାଜିକ ବ୍ୟାପାର ସମ୍ପର୍କିତ ଜନସଂଖ୍ୟା ଡିଭିଜନ ଏବଂ ବିଶ୍ୱବ୍ୟାଙ୍କ ଗ୍ରୁପ ପକ୍ଷରୁ କୁହାଯାଇଛି ୧୯୯୦ରେ ଭାରତରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କର ମୃତ୍ୟୁହାର ୧ ହଜାରରେ ୧୨୬ ଥିଲା ବେଳେ ୨୦୧୯ରେ ତାହା ୩୪କୁ ହ୍ରାସ ପାଇଛି। ୧୯୯୦-୨୦୧୯ ମଧ୍ୟରେ ଭାରତର ଏହି ବାର୍ଷିକ ମୃତ୍ୟୁହାର ୪.୫ ପ୍ରତିଶତ ହ୍ରାସ ପାଇଥିବା ପଞ୍ଜିକୃତ ହୋଇଛି। ୧୯୯୦ରେ ୩.୪ ନିୟୁତ ଶିଶୁଙ୍କର ମୃତ୍ୟୁ ଘଟିଥିଲା ବେଳେ ୨୦୧୯ରେ ତାହା ୮ ଲକ୍ଷ ୨୪ ହଜାରକୁ ଖସିଆସିଛି।