ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହିତ ପରୀକ୍ଷାଗୁଡ଼ିକୁ ବାତିଲ କରାଯାଇଥିଲା। ତେବେ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତକୁ ଅଖିଆଗରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଷଷ୍ଠ ସେମିଷ୍ଟର ପରୀକ୍ଷା କରାଇବାକୁ ନିଷ୍ପତ୍ତି ହୋଇଛି। ପରୀକ୍ଷା ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଥିଓରୀ ପେପର ପାଇଁ ୧ ଘଣ୍ଟିଆ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଏକ ଘଣ୍ଟାରେ ଛାତ୍ରଛାତ୍ରୀଙ୍କ ପାଇଁ ଓଏମଆର ଆଧାରୀତ ମଲ୍ଟିପୁଲ ଚଏସ ଥିଓରୀ ପରୀକ୍ଷା ହେବ।
ସେହିପରି ସେପ୍ଟେମ୍ବର ୨୨ରୁ ୨୬ ମଧ୍ୟରେ ଅନଲାଇନରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଯଦି ଅନଲାଇନ ସୁବିଧା ନଥାଏ ଛାତ୍ରଛାତ୍ରୀ କଲେଜ ଆସି ପ୍ରାକ୍ଟିକାଲ ପରୀକ୍ଷା ଦେବେ। ପରୀକ୍ଷାର୍ଥୀ ଚାହିଁଲେ ପାଖ କଲେଜର ଅନୁମତି ନେଇ ପରୀକ୍ଷା ଦେଇପାରିବେ ବୋଲି ଦର୍ଶାଯାଇଛି। ପରୀକ୍ଷା ଶେଷ ହେବାର ୮ରୁ ୧୦ ଦିନ ମଧ୍ୟରେ ଫଳ ପ୍ରକାଶ ପାଇବ।