ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବଞ୍ଜାରୀ ଗ୍ରାମ ପୋଖରୀରେ ବୁଡ଼ି ଜଣେ ନବାଳକ ପ୍ରାଣ ହରାଇଛି। ମୃତ ନାବାଳକ ଜଣକ ସ୍ୱର୍ଗତ ହେମନ୍ତ ଛଛାଣଙ୍କ ପୁଅ ପ୍ରେମାନନ୍ଦ ଛଛାଣ(୧୧) ବୋଲି ବଡ଼ମାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ପ୍ରେମାନନ୍ଦ ଗାଁ ପୋଖରୀକୁ ଏକା ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ସମୟରେ ସେ ଅଜାଣତରେ ଗଭୀର ପାଣିକୁ ଚାଲି ଯାଇ ବୁଡ଼ି ଯାଇଥିଲେ। ପୋଖରୀରେ ଗାଧୋଉଥିବା ଅନ୍ୟ ଲୋକମାନେ ପ୍ରେମାନନ୍ଦକୁ ଉଦ୍ଧାର କରିଥିଲେ। ହେଲେ ସେତେବେଳ ଯାଏ ପ୍ରେମାନନ୍ଦର ମୃତ୍ୟୁ ହୋଇ ସାରିଥିଲା। ଏନେଇ ବଡ଼ାମଲ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରେମାନନ୍ଦଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।