ସାପ କାମୁଡ଼ାରେ ନାବାଳିକା ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଉଖୁଣ୍ଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମାମୁଁ ଘରକୁ ବୁଲିବାକୁ ଆସିଥିବା ନାବାଳିକାର ସାପ କାମୁଡାରେ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣଙ୍କ ସଦର ଥାନା ସିଲିସୁଆଁ ଗ୍ରାମର ଚନ୍ଦ୍ରମଣୀ ନାଏକଙ୍କ ୧୫ ବର୍ଷୀୟ ଝିଅ ସୁପ୍ରଭା। ସୂଚନା ଅନୁସାରେ ନାବାଳିକା ଜଣଙ୍କ ମାମୁଁ ଘରକୁ ବୁଲିବାକୁ ଆସିଥିଲା। ମାମୁଁ ଘରେ ଶୋଇଥିବା ସମୟରେ କୌଣସି ବିଷଧର ସାପ କାମୁଡ଼ିଥିଲା।

ପରିବାର ଲୋକେ ତାକୁ ପ୍ରଥମେ ଉଖୁଣ୍ଡା ଡାକ୍ତରଖାନା ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିଲେ। ଖବରପାଇ ମେଡିକାଲରେ ବାରିଆ ଥାନା ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ନାବାଳିକା ସୁପ୍ରଭାର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।