ଆଜି ଦିନ ୧୧ଟାରେ କରୋନା ଯୋଦ୍ଧାଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାଙ୍କୁ ସମ୍ବୋଧିତ କରିବେ। ଦିନ ୧୧ଟାରେ ଏହି କାର୍ୟ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ସେବା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରାଯିବ। ଏଥିରେ ସବୁ ଜିଲ୍ଲାର ସିଡିଏମଓ, ମେଡିକାଲ କଲେଜର କର୍ମଚାରୀ ଓ କୋଭିଡ ହସ୍ପିଟାଲର ଅଧିକାରୀମାନେ ସାମିଲ ହେବେ ବୋଲି ସୂଚନା ମିଳିଛି।