ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକଟକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ଓ କଂଗ୍ରେସ ନେତା ପି. ଚିଦାମ୍ବରମ ସ୍ୱାସ୍ଥ୍ୟ ବିଭାଗ ଉପରେ ଉପରେ ବର୍ଷିଛନ୍ତି।
ପି. ଚିଦାମ୍ବରମ ଟୁଇଟ କରି କହିଛନ୍ତି ଯେ, ଯେତେବେଳ ଡାକ୍ତରଖାନାରେ ଟିକା ସମାପ୍ତ ହୋଇଥିବାର ବୋର୍ଡ ଲାଗିଛି ସେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଟିକାର ଅଭାବ ନ ଥିବା କଥା କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ଦେଶରେ ଟିକା, ଅମ୍ଳଜାନ ସିଲିଣ୍ଡର, ରେମିଡିସଭିର ମେଡ଼ିସିନ୍, ଡାକ୍ତରଖାନାରେ ଶଯ୍ୟା, ଡାକ୍ତର ଏବଂ ନର୍ସମାନଙ୍କର କୌଣସି ଅଭାବ ନାହିଁ। କେବଳ ରୋଗୀଙ୍କର ଅଭାବ ରହିଛି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ଯେ ସେ କିଛି ସମୟ ବଙ୍ଗ ଯୁଦ୍ଧ ଛାଡି କରୋନା ମହାମାରୀ ପାଇଁ କିଛି ସମୟ ଦେଲେ।