ଭୋପାଳ,ଏଜେନ୍ସି: କରୋନା ସଂକ୍ରମଣ ସମୟରେ ହସ୍ପିଟାଲରୁ କରୋନା ଇଞ୍ଜେକ୍ସନ ଚୋରି। ମହାମାରୀ ବିରୋଧରେ ଜୀବନ ରକ୍ଷକ ସାଜିଥିବା ରେମଡେସିଭିର ଚୋରି ହୋଇଯାଇଛି। ଏକାଥରକେ ୮୦୦ଟି ଇଞ୍ଜେକ୍ସନ ଚୋରି ହୋଇଛି। କରୋନା କାଳରେ ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ଏକ ସରକାରୀ ହସ୍ପିଟାଲରେ ଏଭଳି ଅବହେଳାର ଚିତ୍ର ସାମ୍ନାକୁ ଆସିଛି।
ସାରା ଦେଶରେ କରୋନା ମେଡ଼ିସିନ ଭାବେ ରେମଡେସିଭିରର ଚାହିଦା ରହିଥିବା ବେଳେ ଭାରତରେ ଏହି ମେଡ଼ିସିନର ଅଭାବ ଦେଖାଦେଇଛି। ଏହି ମଧ୍ୟରେ ରେମଡେସିଭିର ଇଞ୍ଜେକ୍ସନ ଚୋରି ଘଟଣା ଘଟିଛି। ଏନେଇ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଞ୍ଜେକ୍ସନ ଚୋରି ହେବାର ସମ୍ଭାବନା ରହିଛି ବୋଲି କୋହେଫିଜା ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ଅନିଲ ବାଜପେୟୀ କହିଛନ୍ତି। ନିକଟରେ, ରେମଡେସିଭିର ଇଞ୍ଜେକ୍ସନକୁ ବ୍ଲାକରେ ବିକ୍ରି କରୁଥିବା ବେଳେ ଜଣେ ଯୁବକକୁ ଗିରଫ କରାଯାଇଥିଲା। ଗୋଟିଏ ଇଞ୍ଜେକ୍ସନର ଦାମକୁ ଅଭିଯୁକ୍ତ ୨୨ ହଜାର ଟଙ୍କାରେ ବିକ୍ରି କରୁଥିଲା।