ଏଟିଏମ କ୍ୟାସ ଭ୍ୟାନ ଲୁଟ ଘଟଣାରେ ୩ ଗିରଫ, ୪.୨୩ କୋଟି ଟଙ୍କା ଜବତ

ପାଲଘର,ଏଜେନ୍ସି: ଏଟିଏମରେ ଟଙ୍କା ଭରିବା ପାଇଁ ବ୍ୟବହାର ହେଉଥିବା ଭ୍ୟାନକୁ ଲୁଟ କରିବା ଘଟଣାରେ ଆଜି ପାଲଘର ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏଥିରେ ଉକ୍ତ ଭ୍ୟାନ ଡ୍ରାଇଭର ମଧ୍ୟ ଗିରଫ ହୋଇଥିବା ଜଣାପଡ଼ିଛି।

ପୁଲିସର ସୂଚନା ଅନୁସାରେ ସେମାନଙ୍କ ଠାରୁ ୪.୨୩ କୋଟି ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରୋହିତ ଅରୁ, ଆକାଶ ପ୍ରଭାକର ମହାନ୍ତି ଓ ଚନ୍ଦ୍ରକାନ୍ତ ଗୁଲାବ ଗାଇକୱାଡ। ନଭେମ୍ବର ୧୨ ତାରିଖରେ ଏଟିଏମ କ୍ୟାସ ଭ୍ୟାନରେ ୪.୨୩ କୋଟି ଟଙ୍କା ଏଟିଏମରେ ଭର୍ତ୍ତି କରିବା ପାଇଁ ନେବା ସମୟରେ ଡ୍ରାଇଭର ଜଣଙ୍କ ଗାଡ଼ିକୁ ନେଇ ଫେରାର ହୋଇଯାଇଥିଲେ। ପରଦିନ ସକାଳୁ ସେହି ଗାଡ଼ିଟିକୁ ଉଦ୍ଧାର କରାଯାଇଥିବାବେଳେ ସେଥିରୁ ଟଙ୍କା ଗାଏବ ଥିବା ଜଣାପଡ଼ିଥିଲା। ଡ୍ରାଇଭର ମଧ୍ୟ ଫେରାର ଥିଲେ।