କଟକଣା ମଧ୍ୟରେ ସମ୍ପନ୍ନ ହେଲା ମାଣିକେଶ୍ୱରୀଙ୍କ ପୂଜା

ଜୟପୁର, ଏନ୍ଏନ୍ଏସ୍: କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା। ଭୋର ୪ଟା ୪୫ରୁ ରୀତିନୀତି ପରେ ଭବାନୀପାଟଣା ଉପକଣ୍ଠ ଜେନାଖାଲଠାରୁ ରାଜନଅରରେ ଥିବା ମାଣିକେଶ୍ୱରୀଙ୍କ ମନ୍ଦିରକୁ ଛତର ପ୍ରତ୍ୟାବର୍ତ୍ତନ କରିଥିଲା । କରୋନା କଟକଣା ଯୋଗୁଁ ଛତର ଯାତ୍ରାରେ ଭକ୍ତଙ୍କ ସମାଗମ ଉପରେ ରୋକ୍ ଲଗାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ମାଣିକେଶ୍ୱରୀଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି। ଛତର ପ୍ରତ୍ୟାବର୍ତ୍ତନ ସମୟରେ ଭକ୍ତମାନେ ପାରା ଉଡ଼ାଇବା ସହ ମା’ଙ୍କ ଦର୍ଶନ କରିଥାନ୍ତି । ଏଥିସହ ବୋଦା, କୁକୁଡ଼ା ଓ ପୋଢ଼ ବଳି ଦେଇଥାନ୍ତି । ମାତ୍ର କରୋନା କଟକଣା ପାଇଁ ଚଳିତ ବର୍ଷ ଏସବୁକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି।