ଦେଶରେ ଚିହ୍ନଟ ହେଲେ ୫୩, ୩୭୦ କରୋନା ପଜିଟିଭ

ନୂଆଦିଲ୍ଲୀ, ଏଜେନ୍ସି: ଦେଶରେ ଗତ୨୪ ଘଣ୍ଟା ମଧ୍ୟରେ ୫୩,୩୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ଲକ୍ଷ ୧୪ ହଜାର ୬୮୨କୁ ବୃଦ୍ଧି ପାଇଛି। ଏହାସହ ୬୫୦ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬କୁ ବୃଦ୍ଧି ପାଇଛି। ୬,୮୦,୬୮୦ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ୭୦,୧୬,୦୪୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।