ନାମବିୟାରୁ ଆସିଥିବା ଚିତା ମୃତ

ମଧ୍ୟପ୍ରଦେଶ: ଦେଶରେ ଚିତା ସଂଖ୍ୟା ପୁର୍ନଜୀବିତ କରିବା ଆଶାରେ ଝଟକା ଲାଗିଛି । ମଧ୍ୟପ୍ରଦେଶର ସ୍ୟୋପୁର କୁନ୍ନୋରେ ଏକ ଚିତାର ମୃତ୍ୟୁ ଘଟିଛି । ନାମବିୟାରୁ ଅଣାଯାଇଥିବା ମାଦା ଚିତା ଦୀର୍ଘ ଦିନରୁ ଅସୁସ୍ଥ ଥିଲା । ସାଶା ନାମକ ଚିତାର କିଡନୀ ଖରାପ ଥିବାରୁ ଆଜି ସକାଳେ ତା’ର ମୃତ୍ୟୁ ଘଟିଥିଲା ।

କୁନ୍ନୋ ଜାତୀୟ ପାର୍କ ତରଫରୁ କୁହାଯାଇଛି ଯେ, ସାଶା ଚିତା ଅସୁସ୍ଥ ଥିବା ନେଇ ୨୨ ତାରିଖରେ ମନିଟରିଂ ଟିମ୍ ଜାଣିବାକୁ ପାଇଥିଲା । ଯାଞ୍ଚ ପରେ ତାକୁ ଚିକିତ୍ସାର ଆବଶ୍ୟକତା ଥିବା ନେଇ ଜଣାପଡ଼ିବା ପରେ ତାକୁ କ୍ୱାରେଣ୍ଟାଇନ ୱାର୍ଡକୁ ଅଣାଯାଇଥିଲା । ରକ୍ତ ନମୁନା ଯାଞ୍ଚ ପରେ କିଡନୀରେ ସଂକ୍ରମଣ ଥିବା ନେଇ ଜଣାପଡ଼ିଥିଲା । ଆଉ ଏହି ସଂକ୍ରମଣ ଭାରତ ଆସିବା ପୂର୍ବର ବୋଲି ମଧ୍ୟ ସ୍ପଷ୍ଟ ହୋଇଥିଲା ।