ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ରାଜ୍ୟ ରାଜସ୍ୱରେ ଜିଏସଟି ପ୍ରଣାଳୀର ପ୍ରଭାବ, ନକ୍ସଲ ପ୍ରଭାବିତ ଜିଲ୍ଲାର ବିକାଶ ଓ କେନ୍ଦ୍ରୀୟ ଅର୍ଧସୈନିକ ବଳ ସହ ସମନ୍ୱୟ ଉପରେ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି । ଶାହଙ୍କୁ ଭେଟିବା ପରେ ମିଡିଆକୁ ଏନେଇ ବଘେଲ ସୂଚନା ଦେଇଛନ୍ତି ।