ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡା ପୁଲିସ ନିକଟରେ ଗୁରୁବାର ଜଣେ ଛାତିଶଗଡ଼ି ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଥିବା ଜଣାଯାଇଛି । ଆତ୍ମସମର୍ପଣ କରିଥିବା ମାଓବାଦୀ ଛତିଶଗଡ ବିଜପୁର ଜିଲ୍ଲାର ପାର୍ବତୀ ପାଣ୍ଡରୁ ଓରଫ ରିଙ୍କି । ସେ ନିଜ ୨ମାସର ଶିଶୁକନ୍ୟା ସହ ଆଜି ରାୟଗଡ଼ା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ପାର୍ବତୀ ଗତ ୮ ବର୍ଷ ତଳେ ଇନ୍ଦ୍ରାବତୀ ଓ ଘୁମୁସର ଦଳରେ ଯୋଗଦେଇଥିବା ବେଳେ ସେ ରାୟଗଡ଼ା ଜିଲ୍ଲାରେ ଡିଭିଏଫ୍ ଯବାନ ହତ୍ୟା, କଳାହାଣ୍ଡିର ରାଜେନ୍ଦ୍ର ସାହୁ ଓ ଭୀମ ଦୋରା ହତ୍ୟା ଘଟଣା ସହ ୮ଟି ମାଓ ହିଂସାରେ ଜଡିତ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଏସପି ସର୍ବଣ ବିବେକ ଏମ ପ୍ରକାଶ କରିଛନ୍ତି।
