୫ଟି ସଚିବଙ୍କ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ପରିଦର୍ଶନ ଜିଲ୍ଲାରାଜ୍ୟ By Nitidin On Nov 7, 2019 Share ବଲାଙ୍ଗିର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକାର୍ତ୍ତିକେୟନ ପାଣ୍ଡିଆନ ଗୁରୁବାର ବଲାଙ୍ଗିର ଗସ୍ତରେ ଆସି ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ଯାଇ ବିଭିନ୍ନ ୱାର୍ଡ ବୁଲିବା ସହିତ ସ୍ଥିତି ପରଖିଛନ୍ତି। ପ୍ରଥମେ ଶ୍ରୀ ପାଣ୍ଡିଆନ ଡାକ୍ତରଖାନା ପରିସରରେ ଥିବା ମାତୃ ଓ ଶିଶୁ ବିଭାଗକୁ ବୁଲି ଦେଖିବା ସହ ସେଠାକାର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ସର୍ଜରୀ ୱାଡକୁ ମଧ୍ୟ ଯାଇ ରୋଗୀଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ରୋଗୀମାନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟର ମାନ ପଚାରି ବୁଝିବା ସହିତ ରୋଗୀମାନଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଉଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ। ଡାକ୍ତରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଶ୍ରୀ ପାଣ୍ଡିଆନ ନିଷ୍ଠାର ସହିତ ରୋଗୀଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଡାକ୍ତରଖାନର ପରିମଳ ବ୍ୟବସ୍ଥାକୁ ନେଇ ସେ କିଛି ପରିମାଣରେ ଅସନ୍ତୋଷ ପ୍ରକଟ କରିଥିଲେ। ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଗଣମାଧ୍ୟମକୁ କହିଥିଲେ ଯେ , ଯେହେତୁ ମେଡିକାଲ କଲେଜର ଡାକ୍ତରଖାନା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବହାରା କରାଯାଉଛି, ତେଣୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେହି ଦୃଷ୍ଟିରୁ ପୂର୍ବରୁ ୱାର୍ଡ ଭାବେ ବ୍ୟବହୃତ ହେଉଥିବା ଏକ କୋଠା ଅବ୍ୟବହୃତ ହୋଇ ପଡ଼ିରହିଛି । ତାକୁ ଭାଙ୍ଗ ଯାଇ ତା ସ୍ଥାନରେ ଆଉ ଏକ ୱାଡ ନିର୍ମାଣ କରାଯିବ। ଫଳରେ ରୋଗୀଙ୍କ ପାଇଁ ସୁବିଧା ହେବ। କିନ୍ତୁ ମେଡିକାଲ କଲେଜ ଡାକ୍ତରଖାନା ହୋଇଥିବାରୁ ଆହୁରି ସୁଧାରର ଆବଶ୍ୟକତା ରହିଛି। ଡାକ୍ତର ଅଭାବ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ଜିଲ୍ଲାପାଳ ଶ୍ରୀ ଡାକୁଆ କହିଥିଲେ। ଯେହେତୁ ୫ଟି ସଚିବ ଡାକ୍ତରଖାନା ପରିଦର୍ଶନ କରି ଯାଇଛନ୍ତି, ସେହି ଦୃଷ୍ଟିରୁ ଆମେ ଆଶା କରୁଛୁ ଏକ ସ୍ୱତନ୍ତ୍ର ପ୍ୟାକେଜ ବଲାଙ୍ଗିର ଡାକ୍ତରଖାନାକୁ ମିଳିପାରେ ବୋଲି ହସ୍ପିଟାଲ ଅଧୀକ୍ଷକ ମହେନ୍ଦ୍ର ନାୟକ କହିଥିଲେ। ଏହି ପରିଦର୍ଶନ ସମୟରେ ତାଙ୍କ ସହିତ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଦୈତାରୀ ସାହୁଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ଶ୍ରୀ ପାଣ୍ଡିଆନ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବିମାନରେ ଆସି ତୁଷୁରା ସ୍ଥିତ ବଡ଼ଙ୍ଗୋମୁଣ୍ଡା ଏଆରଷ୍ଟ୍ରିପରେ ଅବତରଣ କରିବା ପରେ ତୁଷୁରା ଡାକ୍ତରଖାନାକୁ ପରିଦର୍ଶନରେ ଯାଇ ସ୍ଥିତି ପରଖିଥିଲେ। Share