ସାବେରୀ ନଦୀରେ ଛତିଶଗଡ଼ ସରକାର ଡ୍ୟାମ୍‌ ବାନ୍ଧିବାକୁ ନେଇ ଆଦିବାସୀ ସଂଘର ବିକ୍ଷୋଭ

ମାଲକାନଗିରି,ଏନ୍ଏନ୍ଏସ୍: ସାବେରୀ ନଦୀରେ ଛତିଶଗଡ଼ ସରକାର ଡ୍ୟାମ୍‌ ବାନ୍ଧିବା ଖବରପାଇ ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ନେଇ ଜିଲ୍ଲାର ମହୁପଦର ଗ୍ରାମର ଟେମୁରପାଲିସାଲିମି, ମହୁପଦର ସମେତ ଆଖପାଖ ଗ୍ରାମର ଶତାଧିକ ଗ୍ରାମବାସୀ ଛତିଶଗଡ଼ ସରକାରଙ୍କ ବିରୋଧରେ ମେଳି କରିବା ସହ ଡ୍ୟାମ୍‌ ନିର୍ମାଣକୁ ବିରୋଧ କରିଛନ୍ତି ।

ଡ୍ୟାମ୍‌ ନିର୍ମାଣ ହେଲେ ଜିଲ୍ଲାର ଟେମୁରପାଲି, ମହୁପଦର ଅଞ୍ଚଳ କ୍ଷତିଗ୍ରସ୍ତ ହେବବୋଲି ଆଶା କରି ଏଭଳି ପ୍ରତିବାଦ କରିଥିବା ଜଣାଯାଇଛି ।