Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଖୁବଶୀଘ୍ର ୧୧, ୭୯୭ ବିଦ୍ୟାଳୟରେ ର‌୍ୟାମ୍ପ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଖୁବଶୀଘ୍ର ୧୧, ୭୯୭ ବିଦ୍ୟାଳୟରେ ର‌୍ୟାମ୍ପ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ବିକାଶ ଆଣିବା ସହ ପିଲାଙ୍କୁ ଯେଭଳି ସମସ୍ତ ମୌଳିକ ସୁବିଧା ମିଳିବ ସେ ଦିଗରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧ ହଜାର ୭୯୭ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ର‌୍ୟାମ୍ପ ବ୍ୟବସ୍ଥା ହେବ। ଏ ନେଇ ର‌୍ୟାମ୍ପ ନଥିବା ସ୍କୁଲଗୁଡ଼ିକର ତାଲିକା ପ୍ରସ୍ତୁତ ହୋଇଛି।

ସୂଚନା ଅନୁଯାୟୀ ରାଜ୍ୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସ୍କୁଲରେ ଯା’ଆସ କରିବା ଲାଗି ସ୍ୱତନ୍ତ୍ର ରାସ୍ତା ବା ର‌୍ୟାମ୍ପ ନିର୍ମାଣ କରାଯାଉଛି। ମାତ୍ର କିଛି ଅବହେଳା କାରଣରୁ ଅନେକ ସ୍କୁଲରେ ଭିନ୍ନକ୍ଷମ ପିଲାଙ୍କ ଲାଗି ଏହି ସୁବିଧା ହୋଇପାରି ନଥିଲା। ତେବେ ଯେଉଁ ସବୁ ସ୍କୁଲରେ ମୋଟ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ପିଲା ପଢ଼ୁଛନ୍ତି ଉକ୍ତ ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ର‌୍ୟାମ୍ପ ନିର୍ମାଣ କରାଯିବ। ଜିଲ୍ଲାୱାରୀ ରିପୋର୍ଟ ଅନୁଯାୟୀ କୋରାପୁଟ ଜିଲ୍ଲାରେ ସର୍ବାଧିକ ୯୫୨ଟି ସ୍କୁଲରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଲାଗି ର‌୍ୟାମ୍ପ୍ ସୁବିଧା ନାହିଁ। ସେହିପରି ଅନୁଗୁଳରେ ୩୨୫ଟି ସ୍କୁଲ, ବାଲେଶ୍ୱରରେ ୬୭୧, ବରଗଡ଼ରେ ୫୩୦, ଭଦ୍ରକରେ ୩୦୮, ବଲାଙ୍ଗିରରେ ୬୨୭, ବୌଦ୍ଧରେ ୩୪, କଟକରେ ୪୭୬ଦେଓଗଡ଼ରେ ୨୫୬, ଢେଙ୍କାନାଳରେ ୨, ଗଜପତିରେ ୨୫୨, ଗଞ୍ଜାମରେ ୭୬୨, ଜଗତସିଂହପୁରରେ ୨୭୫, ଯାଜପୁରରେ ୩୨୧, ଝାରସୁଗୁଡ଼ାରେ ୫, କଳାହାଣ୍ଡିରେ ୮୧୨, କନ୍ଧମାଳରେ ୪୨୩, କେନ୍ଦ୍ରାପଡ଼ାରେ ୩୬୯, କେନ୍ଦୁଝରରେ ୧୬୧, ଖୋର୍ଦ୍ଧାରେ ୨୯୨, ମାଲକାନଗିରିରେ ୬୧୩, ମୟୂରଭଞ୍ଜରେ ୪୬୭, ନବରଙ୍ଗପୁରରେ ୩୮୯ନୟାଗଡ଼ରେ ୧୬୭, ନୂଆପଡ଼ାରେ ୮, ପୁରୀରେ ୫୦୩, ରାୟଗଡ଼ାରେ ୭୭୯, ସମ୍ବଲପୁରରେ ୧୨୬, ସୋନପୁରରେ ୩୪୨ ଓ ସୁନ୍ଦରଗଡ଼ରେ ୪୦୬ଟି ସ୍କୁଲରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଲାଗି ର‌୍ୟାମ୍ପ୍ ନିର୍ମାଣ ହୋଇପାରିନାହିଁ।

ଯେଉଁସବୁ ସ୍କୁଲରେ ଏହି ବ୍ୟବସ୍ଥା ନାହିଁ ସେସବୁ ସ୍କୁଲର ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କେଉଁ କାରଣରୁ ଭିନ୍ନକ୍ଷମ ପିଲାଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରାଯାଇଛି ସେ ସମ୍ପର୍କରେ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଥିଲା। ତେବେ ୧୧ହଜାର ୭୯୬ଟି ସ୍କୁଲରେ କେତେ ଜଣ ଭିନ୍ନକ୍ଷମ ପିଲା ପାଠ ପଢ଼ୁଛନ୍ତି ତା’ର ରିପୋର୍ଟ ମଗାଯାଇଥିଲା ବେଳେ କେଉଁସବୁ ସ୍କୁଲରେ ସର୍ବାଧିକ ଭିନ୍ନକ୍ଷମ ପିଲା ପଢ଼ୁଛନ୍ତି ସେସବୁ ସ୍କୁଲର ତାଲିକା ପ୍ରସ୍ତୁତ କରିବାକୁ ମଧ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରିପୋର୍ଟ ମଗାଯାଇଥିଲା।

ବିଦ୍ୟାଳୟଗୁଡ଼ିକରେ ର‌୍ୟାମ୍ପ ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଭିନ୍ନକ୍ଷମ ପିଲାମାନେ ପଡ଼ି ଆହତ ହେଉଛନ୍ତି। ସାଧାରଣ ପିଲାଙ୍କ ପରି ଭିନ୍ନକ୍ଷମ ପିଲାଙ୍କ ମୌଳିକ ସୁବିଧା ଲାଗି ଗୁରୁତ୍ୱ ଦିଆଯାଉଥିବା ବେଳେ କେତେକ ସ୍କୁଲରେ ଠିକ୍ ସମୟ ମଧ୍ୟରେ ଏହା ନିର୍ମାଣ ହୋଇପାରିନାହିଁ। କିଛି ସ୍କୁଲରେ ଏହା ଅଧପନ୍ତରିଆ ହୋଇ ରହିଛି। ତେବେ ଏହି ର‌୍ୟାମ୍ପ ନିର୍ମାଣ କାର୍ଯ୍ୟ ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ଶେଷ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।