‘ମାଣ୍ଡିଆ ଦିବସ’ ପାଇଁ ସୁନ୍ଦରଗଡ଼ରେ ଗଡ଼ିବ ପ୍ରଚାର ରଥ

ସୁନ୍ଦରଗଡ଼,ଏନ୍‌ଏନ୍‌ଏସ୍‌: ନଭେମ୍ବର ୧୦ ତାରିଖରେ ଓଡ଼ିଶା ‘ମାଣ୍ଡିଆ ଦିବସ’ ପାଳନ କରିବାକୁ ଯାଉଛି । ମାଣ୍ଡିଆରେ ରହିଥିବା ବିଭିନ୍ନ ପୋଷଣ ଗୁଣ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାର ଲୋକଙ୍କୁ ସଚେତନ କରିବା ଲାଗି ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ୧୨ଟି ପ୍ରଚାର ରଥ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ଗାଁ ଓ ସହର ପରିକ୍ରମା କରି ‘ମାଣ୍ଡିଆ ଦିବସ’ ପାଳନର ବିବିଧ ଆଭିମୁଖ୍ୟ ବିଷୟରେ ପ୍ରସାର କରିବ । ଏଥିପାଇଁ ସୁନ୍ଦରଗଡ଼ ଉପଖଣ୍ଡରେ ୪ଟି, ବଣାଇଁରେ ୩ଟି ଏବଂ ପାନପୋଷ ଉପଖଣ୍ଡରେ ୫ଟି ରଥ ଗଡୁଛି ।