ଗୁରୁପର୍ବରେ ରିଲିଜ ହେଲା ସିଦ୍ଧୁଙ୍କ ନୂଆ ଗୀତ

ପଞ୍ଜାବ: ଗୁରୁପର୍ବ ଅବସରରେ ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ନୂଆ ଗୀତ ରିଲିଜ ହୋଇଛି । ସିଦ୍ଧୁଙ୍କ ନୂଆ ଗୀତରେ ଶିଖ ବୀରତାକୁ ପ୍ରଶଂସା କରାଯାଇଛି । ମୃତ୍ୟୁ ପରେ ଏହା ହେଉଛି ସିଦ୍ଧୁଙ୍କ ଦ୍ୱିତୀୟ ଗୀତ । ରିଲିଜର ୧ ମିନିଟ ପୂର୍ବରୁ ୧୦.୯୪ ଲକ୍ଷ ଲୋକ ଏହି ଗୀତକୁ ଶୁଣିଥିଲେ । କିନ୍ତୁ ରିଲିଜ ହେବାର ମାତ୍ର ୨୦ ମିନିଟ ମଧ୍ୟରେ ୧୦.୯୪ ଲକ୍ଷ ଲୋକ ଏହାକୁ ଶୁଣିଥିଲେ । ଏହି ଗୀତର ଶୀର୍ଷକ ‘ୱାର’ ରଖାଯାଇଛି । ସୂଚନାଯୋଗ୍ୟ, ସିଦ୍ଧୁ ମୁସେୱାଲଙ୍କ ମୃତ୍ୟୁ ପରେ ପ୍ରଥମ ଗୀତ ‘ଏସବାଇଏଲ’ ରିଲିଜ କରାଯାଇଥିଲା । ଏହାକୁ ୟୁଟ୍ୟୁବରେ ମାତ୍ର ୨ ଦିନ ମଧ୍ୟରେ ୨୫ ମିଲିୟନ ଭ୍ୟୁଜ ମିଳିଥିଲା । ଗୀତଟି ପରେ ବିଲବର୍ଡ ରେକର୍ଡ ସୂଚୀରେ ସ୍ଥାନ ପାଇଥିଲା । ଭାରତ ସରକାରଙ୍କ ଦ୍ୱାରା ଆଇନ ପ୍ରସଙ୍ଗ ଉପରେ ଗୀତଟିକୁ ୟୁଟ୍ୟୁବରୁ ହଟାଇ ଦିଆଯାଇଥିଲା ।