ମୁମ୍ବାଇ,ଏଜେନ୍ସି: ବଲିଉଡର ସୁପରଷ୍ଟାର କଳାକାର ସଲମାନ ଖାନ, ଅଜୟ ଦେବଗନ, ଅକ୍ଷୟ କୁମାର ସମେତ ଟଲିଉଡର ସେଲିବ୍ରେଟି ମାନଙ୍କୁ ବିରୋଧରେ ମାମଲା ରୁଜୁ ହୋଇଛି। ଦୁଇ ବର୍ଷ ତଳେ ହାଇଦ୍ରାବାଦରେ ହୋଇଥିବା ‘ଦିଶା ରେପ୍ କେସ୍’ରେ ଏହି ମାମଲା ରୁଜୁ ହୋଇଛି। ଦିଲ୍ଲୀର ଜଣେ ଆଇନଜୀବୀ ମାମଲା ରୁଜୁ କରି ବଲିଉଡ ଓ ଟଲିଉଡର ୩୮ ଜଣ ସେଲିବ୍ରେଟିଙ୍କୁ ଗିରଫ ପାଇଁ ଦାବି କରିଛନ୍ତି। ଅଭିଯୋଗ ଅନୁସାରେ ଏହି ସେଲିବ୍ରେଟିମାନେ ସୋସିଆଲ ମିଡିଆରେ ଦୁଷ୍କର୍ମ ପୀଡ଼ିତାଙ୍କ ନାମକୁ ସାର୍ବଜନୀନ କରିଛନ୍ତି। ଫଳରେ ତାଙ୍କ ପରିବାରର ପରିଚୟ ମଧ୍ୟ ସାର୍ବଜନୀନ ହୋଇଛି।
ଦିଶା ଗଣ ଦୁଷ୍କର୍ମ ଘଟଣାକୁ ୨ ବର୍ଷ ବିତିଯାଇଛି। ସୂଚନା ଅନୁସାରେ ହାଇଦ୍ରାବାଦର ବାହାର ଅଞ୍ଚଳରେ ୨୬ ବର୍ଷୀୟ ପଶୁ ଚିକିତ୍ସକ ସମେତ ୪ ଜଣ ପ୍ରଥମେ ଗଣ ଦୁଷ୍କର୍ମ କରିଥିଲେ। ପରେ ପୀଡ଼ିତାକୁ ଜୀବନ୍ତ ଜାଳି ଦେଇଥିଲେ। ଏହି ଘଟଣାଟି ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ। ତେବେ ସିନ ରିକ୍ରିଏସ ସମୟରେ ଅଭିଯୁକ୍ତମାନେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଏନକାଉଣ୍ଟର କରିଥିଲା। ଏହି ମାମଲାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ କଳାକାରଙ୍କୁ ଆଇନର ସାମ୍ନା କରିବାକୁ ପଡ଼ୁଛି। ତେବେ ଏହି ସେଲିବ୍ରେଟିଙ୍କ ମଧ୍ୟରେ ରବି ତେଜା, ରକୁଲ ପ୍ରିତ, ସଲମାନ ଖାନ, ଅକ୍ଷୟ କୁମାର, ଅଜୟ ଦେବଗନ, ଅନୁପମ ଖେର, ଫରହାନ ଅଖତର ଭଳି ଲେକପ୍ରିୟ ଅଭିନେତା ସାମିଲ ଅଛନ୍ତି।