ଘୁନସରରେ ଚଣ୍ଡି ଯାତ୍ରା ସମ୍ପନ୍ନ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଘୁନସର ଗାଁରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତି ଅନୁଯାୟୀ ଚଣ୍ଡୀ ମନ୍ଦିରରେ ଗ୍ରାମର ଇଷ୍ଟ ଦେବୀ ଚଣ୍ଡୀଙ୍କ ଯାତ୍ରା ସମ୍ପନ୍ନ ହୋଇଯାଇଛି।ବରୁଆ ଭାବେ ଯୁଧିଷ୍ଠିର ଗହୀରଙ୍କ ଦେହରେ ମା’ ଚଣ୍ଡୀ ଆବିର୍ଭାବ ହୋଇଥିବା ବେଳେ ମୁଖ୍ୟ ପୂଜକ ଭାବେ ପ୍ରଭାକର ମାଝୀ ପୂଜାର୍ଚ୍ଚନା କରିଥିଲେ। ମାନସିକ ଧାରୀ ମାନେ ତାଙ୍କର ମନସ୍କାମନା ପୂରଣ ହୋଇଥିବା ବେଳେ ବୋଦା, କୁକୁଡ଼ା, ନଡ଼ିଆ, ଫୁଲ ଓ ଧୂପ ମା’ ଚଣ୍ଡୀ ଦେବୀଙ୍କ ଠାରେ ଅର୍ପଣ କରିଥିଲେ। ଗାଁ’ର ଶତାଧିକ ଲୋକେ ସହଯୋଗ କରିଥିଲେ।