ମୁକୁନ୍ଦପୁରରୁ ବାଜିଲା ଚଇତିର ବିଗୁଲ

ରାୟଗଡ଼ା,ଏନ୍ଏନ୍ଏସ୍: ଚଳିତ ମାସ ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ମହୋତ୍ସବ ଚଇତି ୨୦୧୯ ନିମନ୍ତେ ଏକ ରଥକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଶୁଭ ଉଦଘାଟନ କରିଛନ୍ତି। ଏଥି ନିମନ୍ତେ ଆଜି ରାୟଗଡ଼ାର ଇଷ୍ଟ ଦେବୀ ମା’ମଝୀଘରିଆଣୀଙ୍କ ମନ୍ଦିରରେ ଚଇତି ରଥକୁ ପୂଜାର୍ଚ୍ଚନା କରାଯାଇଛି।

 

ମା’ମଝୀଘରିଆଣୀଙ୍କଠାରୁ ଆଜ୍ଞା ମାଳ ଆସିବା ପରେ ପ୍ରମୋଦ କୁମାର ବେହେରା ଚଇତି ରଥକୁ ସବୁଜ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ। ରାୟଗଡ଼ା ଜିଲ୍ଲାର ସଂସ୍କୃତିର ବାର୍ତ୍ତାକୁ ନେଇ ଏହି ରଥ ରାୟଗଡ଼ା ଏବଂ କୋଲନରା ବ୍ଲକ୍ ଅଭିମୁଖେ ବାହାରିଥିଲା। ଅପରପକ୍ଷରେ କଲୋନରା ବ୍ଲକର ମୁକୁନ୍ଦପୁର ଚଇତି ପାଇଁ ପୂର୍ଣ୍ଣ କଳଶି ଅଣାଯାଇ ଚଇତି ୨୦୧୯ର ବିଗୁଲ ବାଜିଥିଲା। ଏଠି ମଧ୍ୟ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପହଞ୍ଚି ପୂଜା ଅର୍ଚ୍ଚନା ପରେ ସସ୍କୃତି ବିଭାଗକୁ କଳଶ ହସ୍ତାନ୍ତର କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମଗୁଡ଼ିକରେ ପିଢ଼ୀ ଡିଆରଡ଼ିଏ ତଥା ଅତିରିକ୍ତ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଉପ-ଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ପିଏ, ଆଇଟିଡିଏ ଟୁକୁ ବାରିକ, ସଂସ୍କୃତି ଅଧିକାରୀ ବସନ୍ତ ପ୍ରଧାନଙ୍କ ସମେତ ଜିଲ୍ଲା ସଂସ୍କୃତି ପରିଷଦର ସଂଯୋଜକ ଦୁୁଷ୍ମନ୍ତ କୁମାର ମହାନ୍ତି, ରୀତାରାଣି ମିଶ୍ର, ସମାଜସେବୀ ଗୋପୀନାଥ ସାହୁ, ସତ୍ୟବାଦୀ ପତି ପ୍ରମୁଖ ଉପସ୍ଥିତ ଥିଲେ।